| ବ୍ଲକ ଗଠନ ଦାବିରେ “ଶରତ ବିକାଶ ମଞ୍ଚ"ର ଭୁବନେଶ୍ୱର ଲୋୟର PMGରେ ଗଣଧାରଣ(1.0) |
ଶରତ/ଭୁବନେଶ୍ୱର - 04/02/2025 ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ପଛୁଆ ତଥା ଅବହେଳିତ ଉପାନ୍ତ ଅଞ୍ଚଳଭାବେ ପରିଚିତ କପ୍ତିପଦା ଉପଖଣ୍ଡର ଶରତ ଅଞ୍ଚଳକୁ ନେଇ “ଶରତ ବ୍ଲକ" ପ୍ରତିଷ୍ଠା ଦାବି ଦୀର୍ଘ ତିନି ଦଶନ୍ଦିର ଦାବି ଅଟେ । ଏହି ଅଞ୍ଚଳରେ ଶରତ, ରାଣୀପୋଖରୀ, ଦେୱାନବାହାଳି, ସରଢିହା, ନୋଟ, ଲାବଣ୍ୟଦେଇପୁର, କଳମଗଡିଆ, ରାମଚନ୍ଦ୍ରପୁର ଓ ପଦ୍ମପୋଖରୀ ପଞ୍ଚାୟତ ରହିଛି। ଏହି ସବୁ ପଞ୍ଚାୟତ ସମୂହକୁ ନେଇ “ଶରତ ବ୍ଲକ" ଗଠନ ଦାବିରେ ଆଜି ଶରତ ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ “ଶରତ ବିକାଶ ମଞ୍ଚ" ପକ୍ଷରୁ ଓଡ଼ିଶା ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜସ୍ବ ବିଭାଗ ସଚିବ ଶ୍ରୀମତୀ ମଧୁସ୍ମିତା ସାହୁ(I.A.S)ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗଣଧାରଣା ଚାଲିଥିବା ସମୟରେ କମିଶନରେଟ ପୋଲିସ Escort Team “ଶରତ ବିକାଶ ମଞ୍ଚ"ର ଏକ ପ୍ରତନିଧି ଦଳଙ୍କୁ ଓଡ଼ିଶା ସଚିବାଳୟ ପ୍ରକୋଷ୍ଠ ପର୍ଯ୍ୟନ୍ତ ନେଇ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ସହଯୋଗ କରିଥିଲେ । ୬୦ରୁ ୯୦ ଦିନ ଭିତରେ ତଦନ୍ତ କରି “ଶରତ ବ୍ଲକ" ଗଠନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ। ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟରେ ଶରତ ଜନଗଣନା ବ୍ଲକ(Census Block)ରେ ଜେ.ମ.ଏଫ.ସି(J.M.F.C Court) କୋର୍ଟ ପ୍ରତିଷ୍ଠା, ଶରତ ଯୁକ୍ତ ଦୁଇ ମହାବିଦ୍ୟାଳୟକୁ +୩ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ, ଶରତରେ C.B.S.E Pattern ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାପନ, ତହସିଲ କାର୍ଯ୍ୟାଳୟ(Tahasil Office) ପ୍ରତିଷ୍ଠା, ଅଗ୍ନିଶମ କାର୍ଯ୍ୟଳୟ ପ୍ରତିଷ୍ଠା(Fire Station), ଶରତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ୍ୟତା ପ୍ରମୁଖ ସ୍ଥାନ ପାଇଛି। ନିକଟ ଅତୀତରେ ଓଡ଼ିଶା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓଡ଼ିଶାରେ ନୂତନ ବ୍ଲକ ଗଠନ ହେବାକୁ ନେଇ ରାଜ୍ୟ ସରକାର ଚିନ୍ତା କରୁଥିବା ନେଇ ଘୋଷଣା କରିଥିବାରୁ ଶରତଠାରେ ବ୍ଲକ ଗଠନ ସୁନିଶ୍ଚିତ ହେବାକୁ ଶରତ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
ଆଜିର ଗଣବିକ୍ଷୋଭରେ ଶରତ ବିକାଶ ମଞ୍ଚ ସଭାପତି ଗାମାଏ ରିମିଲ ସିଂ ଗୋଇପାଇ, ସମ୍ପାଦକ କୁସୁନୁ ଗିଲୁଆ, ଉପ-ସଭାପତି ଡୁବୁରାଜ ବୋଇପାଇ, ଶରତ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଦୁଲାରାମ ବାନାରା,ସିଦିଓ ଗୋଇପାଇ, ବିକ୍ରମ ବିରୁଲି, ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଗୀତା ହେମ୍ବ୍ରମ, ଯୁବନେତା ଜାମାଦାର ବାଲମୁଚୁ, ପିତାମ୍ବର ସାହୁ, ଦାମୁ ଖୁଣ୍ଟିଆ, ଦୀପକ ଖୁଣ୍ଟିଆ, ବାଗୁନ ବାନାରା, ମାହାନ୍ତି ଦେଓଗାମ, ବିଶୁ ଗୋଇପାଇ, ମକୁରୁ ମେଲଗାନ୍ଧି,ଦାନିଏଲ ଖୁଣ୍ଟିଆ, ଘନ ପାତ୍ର , ଅଜୟ ବିରୁଆ, ପିମେନ ପୂର୍ତ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଗଣଧାରଣାରେ ଶରତ ଅଞ୍ଚଳର ୦୯ଗୋଟି ସାରା ଗ୍ରାମ ପଞ୍ଚାୟତରୁ ପ୍ରାୟ ୩୦୦୦(3000) ଲୋକ ଅଂଶଗ୍ରହଣ କରିଥିଲେ ବୋଲି ସଂଗଠନର ସଭାପତି ଶ୍ରୀ ସିଂ ପ୍ରକାଶ କରିଛନ୍ତି।
